ଅଣ୍ଡା ନୁଡୁଲ୍ସ ଘରେ ତିଆରି କରନ୍ତୁ
250 ଗ୍ରାମ ତାଜା ନୁଡୁଲ୍ସ
1 କପ୍ କଟା ଟମାଟୋ, କଞ୍ଚା ଲଙ୍କା ଓ ଧନିଆ ପତ୍ର
1 କପ୍ କଟା ପିଆଜ 2 ଚାମଚ ଗୋଲମରିଚ ଗୁଣ୍ଡ
1 କପ୍ ସୋରିଷ ତେଲ ଆବଶ୍ଯ଼କ ଅନୁଯାଯ଼ୀ
3ଟି ଅଣ୍ଡା ଲୁଣ
2 ଚାମଚ soya ସସ୍, ଚିଲି ସସ୍ ଏବଂ ଟମାଟୋ ସସ୍।
ପାଣି ଗରମ କରନ୍ତୁ, ସେଥିରେ ନୁଡୁଲ୍ସ ପକାନ୍ତୁ। ଏହାକୁ 3-4 ମିନିଟ ପର୍ଯ୍ଯ଼ନ୍ତ ସିଝିବାକୁ ଦିଅନ୍ତୁ। ଛାଣନ୍ତୁ ଏବଂ ଅଲଗା ରଖନ୍ତୁ।
ଏହାପରେ ଏକ 1/2 ଚାମଚ ତେଲ ଗରମ କରି ସେଥିରେ ଅଳ୍ପ ଲୁଣ ଓ ଗୋଲମରିଚ ପକାଇ ଗୋଳାଇ ଦିଅନ୍ତୁ। ଅଲଗା ରଖନ୍ତୁ।
ସେହି ସମାନ ପ୍ଯ଼ାନରେ ଅବଶିଷ୍ଟ ତେଲ ଗରମ କରନ୍ତୁ। ସେଥିରେ କଟା ପିଆଜ, କଞ୍ଚା ଲଙ୍କା ପକାଇ 2 ମିନିଟ ଭାଜନ୍ତୁ।
ଏହାପରେ ସେଥିରେ ଛୋଟ ଛୋଟ କଟା ହୋଇଥିବା ପନିପରିବାକୁ ପକାଇ ଦିଅନ୍ତୁ।(ଗାଜର, ଆଳୁ, Caspicum) ପାଣି ସିଞ୍ଚନ କରନ୍ତୁ, ଯାହାଦ୍ୱାରା ପନିପରିବାକୁ ସିଝିବାକୁ ମିଳିବ । କଡ଼େଇରେ soya ସସ୍, ଚିଲି ସସ୍ ଏବଂ ଟମାଟୋ ସସ୍ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ।
ବର୍ତ୍ତମାନ ସିଝା ଏବଂ ଶୁଖିଲା ନୁଡୁଲ୍ସ ପକାନ୍ତୁ ଏବଂ ସସ୍ ଏବଂ ପନିପରିବା ସହିତ ଭଲ ଭାବରେ ମିଶାନ୍ତୁ |
ସେଥିରେ ସିଝା ଅଣ୍ଡା ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏହା ଉପରେ spring ପିଆଜ ଛିଞ୍ଚି ଗରମ ଗରମ ପରଷନ୍ତୁ।
No comments